ଓଡିଶାରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଅକ୍ଟୋବର 11 ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ. ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଗତ ଶୁକ୍ରବାର ଦିନ ନୋଟିଫିକେସନ ଜାରି କରାଯାଇଛି. ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା 1 ଅକ୍ଟୋବରରୁ ଆରମ୍ଭ ହେବ. ତେବେ ଏଥିପାଇଁ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀମାନେ ସେମାନଙ୍କ ନାମକୁ ଅକ୍ଟୋବର 3 ତାରିଖ ଦିନ ଯାଞ୍ଚ୍ ସମୟରେ ସକାଳ 9 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ଦେଇପାରିବେ. ଏହାପରେ କେଉଁ ପ୍ରାର୍ଥୀ ନିଜ ନା ଉଠାଇ ନେଇଛନ୍ତି ଓ କେଉଁମାନେ ରହିଛନ୍ତି ତାକୁ ନେଇ ଫଳାଫଳ ଅକ୍ଟୋବର 4 ତାରିଖରେ ପ୍ରକାଶ ପାଇବ. ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର୍ ର ବୈଠକ ଅକ୍ଟୋବର 10 ତାରିଖ ଦିନ ଅନୁଷ୍ଠିତ ହେବ ଏବଂ 11 ତାରିଖ ଦିନ ମତଦାନ ହେବ.

LEAVE A REPLY

Please enter your comment!
Please enter your name here