ଓଡିଶାରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାୟ 59 ପ୍ରତିଶତ ଲୋକ ପୁଣିଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି. ଇଣ୍ଡିଆ ଟୁ ଡେ ସର୍ଭେରୁ ଏହି ତଥ୍ୟ  ଜଣାପଡିଛି. ତେବେ ଏହି ରିପୋର୍ଟରେ 59 ପ୍ରତିଶତ ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଚାହୁଁଥିବା ବେଳେ 21 ପ୍ରତିଶତ ଲୋକ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ମୁଖ୍ୟମନ୍ତ୍ରୀ ରୂପେ ଚାହୁଁଛନ୍ତି. ତେବେ ଏହି ସର୍ଭେରୁ ଜଣାପଡୁଛି ଯେ, ଏବେ ବି ଲୋକେ ନବୀନଙ୍କୁ ଚାହୁଁଛନ୍ତି. ରାଜ୍ୟ ସରକାରଙ୍କ ଶାସନକୁ ନେଇ 44 ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ବେଳେ 19 ପ୍ରତିଶତ ଲୋକ ବିଜେଡି ଶାସନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି. ତେବେ ଏହି ସର୍ଭେରୁ ହିଁ ଜଣା ପଡିଯାଉଛି ଯେ, କାହାର ପଲା କେତେ ଭାରି ଅଛି.

 

LEAVE A REPLY

Please enter your comment!
Please enter your name here