ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ଚାଲିଥିବା ହିଂସା କ୍ରମଶଃ ଉଗ୍ର ରୂପ ନେଉଛି । ଏହା ଥମିବାର ନାଁ ନେଉନି । ସଂଘର୍ଷ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ଓ ଆହତଙ୍କ ସଂଖ୍ୟା ୧୮୦ରୁ ଅଧିକା ହେଲାଣି । ସୂଚନାଥାଉକି ସିଏଏ ହିଂସାରେ ଗତ ୪ ଦିନ ହେବ ଉତ୍ତର-ପୂର୍ବ ଦିଲ୍ଲୀ ଅଶାନ୍ତ ରହିଛି । ନାଗରିକତା ସଂଶୋଧନ ଆଇନ ସପକ୍ଷ ଓ ବିପକ୍ଷ ବାଦୀ ମୁହାଁ ମୁହିଁ ହୋଇଛନ୍ତି । ଫଳରେ ଦଙ୍ଗା ଭଳିି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି । ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ହୋଇଥିବାବେଳେ ଓ ଆହତଙ୍କ ସଂଖ୍ୟା ୧୮୦ରୁ ଅଧିକ ରହିଛି । ମୃତକଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୁଲିସ ଦଙ୍ଗା ନିୟନ୍ତ୍ରଣରେ ଅସଫଳ ରହୁଥିବାରୁ ଦିଲ୍ଲୀ ମୂଖ୍ୟମନ୍ତ୍ରୀ କେଜରିୱାଲ ସେନା ମୁତୟନ କରିବାକୁ ଦାବି କରିଛନ୍ତିି । ସେ ବୁଧବାର ଟୁଇଟ୍ କରି ସେନାବାହିନୀ ଡକାଯିବା ସହ ହିଂସାକାଣ୍ଡ ପ୍ରଭାବିତ ବାକି ଅଞ୍ଚଳରେ ତୁରନ୍ତ କଫ୍ୟୁ ଜାରି କରିବାକୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here