ରାଜସ୍ଥାନ : ରାଜସ୍ଥାନ ବୁନ୍ଦୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ବସ୍ ନଦୀକୁ ଖସି ଯିବାରୁ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନାଅନୁଯାୟୀ, ରାଜସ୍ଥାନ ବୁନ୍ଦୀର କୋଟା ଲାଲସୋଟ ରାଜପଥରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ମେଜ ନଦୀରେ ଖସିଯାଇଥିଲା । ଫଳରେ ୨୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ବସ୍‌ଟିରେ ପାଖାପାଖି ୩୦ଜଣ ଯାତ୍ରୀ ଥିଲେ । ବସରେ ଥିବା ସମସ୍ତ ଯାତ୍ରୀ କୋଟା ଅଞ୍ଚଳର ବୋଲି ଜଣାପଡିଛି । ବରଯାତ୍ରୀମାନେ କୋଟାରୁ ମାୟରା ଯାଉଥିଲେ । ଖବରପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here