ସମଗ୍ର ଦେଶରେ ଆଜି ଲୋକମାନେ ଧନତେରସ ଉସôବ ପାଳନ କରୁଛନ୍ତି । ଦିପାବଳୀର ଦୁଇଦିନ ପୂର୍ବରୁ ଲୋକମାନେ ଏହି ଉସôବକୁ ବେଶ୍ ଧୂମଧାମରେ ପାଳନ କରନ୍ତି । ଏହି ଦିନ ସୁନା , ଗହଣା, ବାସନକୁସନ ମଧ୍ୟ କିଣାଯାଏ । ଆଜି ଦିନରେ ଯେଉଁ ଜିନିଷ ମୂର୍ତ୍ତି ଆଦି କିଣାଯାଏ ତାହାର ପୂଜା ଦିପାବଳୀ ଦିନ କରାଯାଏ । ଆଜିର ଦିନରେ ଧନର ଦେବତା କୁବେର ଏବଂ ଯମଦେବଙ୍କ ପୂଜା କରାଯାଏ । ଏହାକୁ ଧନ୍ୱନ୍ତରୀ ଜୟନ୍ତୀ ମଧ୍ୟ କୁହାଯାଏ । ତେବେ ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ଜରିଆରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here