ସପ୍ତାହ ଧରି କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୭୩ରେ ପହଁଞ୍ଚିଛି। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖିନଥିବା କହିଛନ୍ତି କେରଳବାସୀ। ବର୍ଷା ଲାଗି ରହିଥିବାରୁ ରାଜ୍ୟର ୧୪ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଓଡିଶା ସରକାର କେରଳର ବନ୍ୟା ପ୍ରପୀଡିତ ଲୋକଙ୍କ ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ କେରଳ ମୁଖ୍ୟମନ୍ତ୍ରୀ ପୀନାରାୟୀ ବିଜୟନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଓଡିଶା ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here