ଆଜି ସୁକୁମା ଜିଲ୍ଲାରେ 5 ଜଣ ଓ ନାରାୟଣପୁର ଜିଲ୍ଲାରେ 8 ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଦନ୍ତେୱାଡା ଜିଲ୍ଲାରେ ପୁଣି 15 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ 5 ଜଣଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର 17 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ଗତ 20 ବର୍ଷ ଧରି ଏମାନେ ମାଓ ସଂଗଠନରେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ସାମିଲ୍ ଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ମାଓଗଡ ଭୁଶୁଡିବାରେ ଲାଗିଥିବାବେଳେ ଭୟବିତ ହୋଇ ଏମାନେ ଦନ୍ତେୱାଡା ଏସପି ଓ CRPF କମାଣ୍ଡାଣ୍ଟଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ହେଲେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ଦନ୍ତେୱାଡା ASP ଉଦିତ ପୁଷ୍କର କହିଛନ୍ତି । ବିଜାପୁର ଜିଲ୍ଲାରେ 25 ଜଣ ମାଓବାଦୀ ବସ୍ତର ଆଇଜି ସୁନ୍ଦରରାଜପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ SZCM ମାଓବାଦୀଙ୍କ ମୁଣ୍ଡ ଉପରେ 25 ଲକ୍ଷ ଟଙ୍କାର ପୁରସ୍କାର ରହିଥିବାବେଳେ ମୋଟ 25 ମାଓବାଦୀଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର 1 କୋଟି 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here