କୃଷି ସଚିବ ଅରବିନ୍ଦ ପାଢୀଙ୍କୁ ସ୍କ୍ରବ୍ ଟାଇଫ୍ସ । ତାଙ୍କ ରକ୍ତ ନମୂନାରେ ସ୍କ୍ରବ୍ ଟାଇଫ୍ସ ପଜିଟିଭ୍ ବାହାରିଛି । କ୍ୟାପିଟାଲ ହସପିଟାଲରେ ସେ ରକ୍ତ ପରୀକ୍ଷା କରିବା ପରେ ସ୍କ୍ରବ୍ ଟାଇଫ୍ସରେ ଆକ୍ରାନ୍ତ ଥିବା ଜଣାପଡିଛି । ଏବେ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି ।
ଧୀରେ ଧୀରେ ସାରା ରାଜ୍ୟରେ ସ୍କ୍ରବ୍ ଟାଇଫ୍ସ ବ୍ୟାପିବାରେ ଲାଗିଲାଣି । ଏପର୍ଯ୍ୟନ୍ତ ରାଜ୍ୟର ଦୁଇ ତିନୋଟି ଜିଲ୍ଲାକୁ ଛାଡିଦେଲେ ଅବଶିଷ୍ଟ ସବୁ ଜିଲ୍ଲାରେ ସ୍କ୍ରବ ଟାଇଫ୍ସ ଆକ୍ରାନ୍ତ ଚିହ୍ନଟ ହେଲେଣି । ଲକ୍ଷଣ ଅନୁଯାୟୀ 22 ହଜାର ରୋଗୀଙ୍କ ରକ୍ତନମୂନା ପରୀକ୍ଷା ହୋଇଥିବା ବେଳେ 2 ହଜାର 820 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ କେନ୍ଦ୍ରୀୟ ଟିମ୍ ପଶ୍ଚିମ ଓଡିଶାର ସଂକ୍ରମିତ ଜିଲ୍ଲା ପରିଦର୍ଶନ କରିବା ସହ ବୁର୍ଲା ମେଡ଼ିକାଲ ପରିଦର୍ଶନ କରିଛନ୍ତି । ତେବେ ସ୍କ୍ରବ୍ ଟାଇଫ୍ସ ରୋଗୀଙ୍କ ଚିକିତ୍ସା ପଦ୍ଧତିରେ କେନ୍ଦ୍ରୀୟ ଟିମ୍ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here