ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା ନିସାର । ଇସ୍ରୋ ଏବଂ ନାସାର ମିଳିତ ଅଭିଯାନ । ପ୍ରଥମ ଥର ପାଇଁ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର ସାଟେଲାଇଟକୁ GSLV-S16 ଜରିଆରେ ମହାକାଶକୁ ପଠାଯାଇଛି । ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ଏହା ସହାୟକ ହେବ । ନିସାର ମିଶନର ବଜେଟ୍ ରହିଛି ୧୨ ହଜାର ୫ଶହ କୋଟି ଟଙ୍କା। ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର ରାଡାର ତଥା ନିସାର ସାଟେଲାଇଟ, ନାସା-ଇସ୍ରୋ ସହଭାଗିତାରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି ବୋଲି ଇସ୍ରୋ ତରଫରୁ କୁହାଯାଇଛି। ପ୍ରତି ୧୨ ଦିନରେ ପୃଥିବୀର ଗୋଟିଏ ଘେରା ବୁଲିବ ଏହି ସାଟେଲାଇଟ୍। ରାତି-ଦିନ ଏବଂ ସବୁ ଋତୁରେ ହାଇରିଜୋଲ୍ୟୁସନର ଡାଟା ପଠାଇବ। ଏହି ସାଟେଲାଇଟ୍ ସମୁଦ୍ର ସ୍ତରର ପରୀକ୍ଷା ନିରୀକ୍ଷା ସହ ଜାହାଜଗୁଡିକୁ ସହଜରେ ଠାବ କରିପାରିବ। ବାତ୍ୟା ଉପରେ ନଜର ରଖିବା ସହ ଜଳ ସମ୍ପଦର ମ୍ୟାପିଂ ମଧ୍ୟ କରି ପାରିବ। ଏହାରି ମଧ୍ୟରେ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, ନିସାର ମିଶନ ପରେ ଆସନ୍ତା ଡିସେମ୍ବରରେ ଇସ୍ରୋର ହ୍ୟୁମାନୋଏଡ ମିଶନ ରହିଛି। ଯେଉଁଥିରେ ରୋବୋଟ୍ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ଏହା ସଫଳରେ ହେଲେ ଆସନ୍ତା ବର୍ଷ ଆଉ ଦୁଇଟି ମାନବବିହୀନ ମିଶନ ଲଞ୍ଚ ହେବ । ସବୁ ପରୀକ୍ଷଣ ପରେ ମାର୍ଚ୍ଚ ୨୦୨୭ରେ ଇସ୍ରୋ ଲଞ୍ଚ କରିବ ଗଗନାୟନ ମିଶନ ।

LEAVE A REPLY

Please enter your comment!
Please enter your name here