ରବିବାର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଏଥିପାଇଁ ବିରାଟ ଆୟୋଜନ କରାଯାଇଥିଲା.  2017-19 ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ଦେବା ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏହାକୁ ଆୟୋଜନ କରିଥିଲେ. ବିଭାଗର ମୁଖ୍ୟ ଡକ୍ଟର ନଳିନୀ ପାତ୍ର ଏଥିରେ ଯୋଗ ଦେଇ ସାମ୍ବାଦିକତାର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ. ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ଏବଂ ରଙ୍ଗବେରଙ୍ଗର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା. ସତ୍ୟଜିତ, ନରସିଂହ, ଐଶ୍ୱର୍ଯ୍ୟା,ମୋନାଲିସା, ଅନନ୍ତ, ଓ ଲକି ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ.

LEAVE A REPLY

Please enter your comment!
Please enter your name here