କିଛି ବର୍ଷ ପରେ ଏକାଠି ନଜର ଆସିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ. ଆଉ ଏକାଠି ହୋଇ କଥା ହେବା ସହ ଚାହା ବିସ୍କୁଟର ବି ମଜା ନେଉଛନ୍ତି । ତେବେ ଏ ଦୁହେଁ ପୁଣି ଏକାଠି କାହିଁକି ହେଲେ ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ । ଏମାନେ ଅସଲି ମନମୋହନ ଏବଂ ସୋନିଆ ନୁହଁନ୍ତି ବରଂ ମନମୋହନ ସିଂଙ୍କ ଉପରେ ନିର୍ମାଣ କରାଯାଉଥିବା ବାୟୋପିକ୍ ‘ଦ ଆକ୍ସିଡେଣ୍ଟାଲ ଅଫ ପ୍ରାଇମିନିଷ୍ଟର’ ନିକଟରେ ଫିଲ୍ମର ଶୁଟିଂ ସରିଥିବାବେଳେ ଏହାର ଏକ ଭିଡିଓ ଅଭିନେତା ଅନୁପମ ଖେର୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡୁଥିବା ବେଳେ ପରେ ଏହାର ଅସଲ ଚେହେରାକୁ ଚିହ୍ନି ନେଇ ଖୁବ୍ ହସୁଛନ୍ତି। ଫିଲ୍ମରେ ଅନୁପମ ଖେର ଅବିକଳ ମନମୋହନଙ୍କ ପରି ଦିଶୁଛନ୍ତି. ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି. କେବଳ ଏତିକି ନୁହେଁ, ଅନୁପମଙ୍କ ସହ ସୋନିଆ ଲୁକ୍ ରେ ‘ଚକ୍ରବତୀ ସମ୍ରାଟ ଅଶୋକ’ ଟିଭି ସୋ’ରେ ଦାଦୀ ଚରିତ୍ର କରୁଥିବା ଅଭିନେତ୍ରୀ ସୁଜାନେ ବର୍ନରଟ ବସିଥିବା ମଧ୍ୟ ନଜର ଆସିଛନ୍ତି. ତେବେ ଦୁଇ ଜଣଙ୍କ ବ୍ୟବହାରକୁ ଦେଖି ଏପରି ଲାଗୁଛି ଯେ, ସେମାନଙ୍କୁ ଯିଏ ବି ଦେଖିବ ସେ ମନମୋହନ ଆଉ ସୋନିଆ ବୋଲି ହିଁ କହିବ.












