ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ନନ୍ଦିତା ଦାସଙ୍କ ବହୁ ପ୍ରତୀକ୍ଷିତ ବାୟୋଗ୍ରାଫିକାଲ ଡ୍ରାମା ଫିଲ୍ମ ‘ମଣ୍ଟୋ’ । ଏହକୁ ଟକ୍କର ଦେବାକୁ ଶ୍ରୀ ନାରାୟଣ ସିଂଙ୍କ ‘ବତି ଗୁଲ ମିଟର ଚାଲୁ’ ମଧ୍ୟ ମୁକ୍ତିଲାଭ କରିଛି । ଉଭୟ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ନିଆରା ହୋଇଥିବାବେଳେ ଫିଲ୍ମର କନସେପ୍ଟ ସହ ଜବରଦସ୍ତ ଷ୍ଟାରକାଷ୍ଟ ମଧ୍ୟ ନଜର ଆସିଛନ୍ତି । ପ୍ରସିଦ୍ଧ ଊର୍ଦ୍ଧୁ ସାହିତ୍ୟିକ ହସଦ ହାସନ ମଣ୍ଟୋଙ୍କ ଜୀବନୀ ଉପରେ ନିର୍ମିତ ହୋଇଛି ଫିଲ୍ମ ‘ମଣ୍ଟୋ’ । ଫିଲ୍ମର ମୁଖ୍ୟ ଭୂମିକା ତଥା ମଣ୍ଟୋଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ନୱାଜୁଦ୍ଦିନ ସଦ୍ଦିକ । ନୱାଜୁଦ୍ଦିନଙ୍କ ଅପୋଜିଟରେ ନଜର ଆସିଛନ୍ତି ରାସିକା ଡୁଗଲ । ୧୯୪୦ ପରବର୍ତ୍ତି ଦେଶ ସ୍ୱାଧିନ ସମୟର କାହାଣୀକୁ ନେଇ ଏହି ଫିଲ୍ମ ଗତିଶୀଳ ହୋଇଛି ।
ଅନ୍ୟପଟେ ରିଲିଜ୍ ହୋଇଥିବା ଶ୍ରୀ ନାରାୟଣ ସିଂଙ୍କ ନିର୍ଦ୍ଦେଶିତ ‘ବତି ଗୁଲ ମିଟର ଚାଲୁ’ର ପ୍ରମୂଖ ଭୂମିକାରେ ନଜର ଆସିଛନ୍ତି ଶାହିଦ କପୁର, ଶ୍ରଦ୍ଧା କପୁର, ୟାମି ଗୌତମ ପରି ଷ୍ଟାରକାଷ୍ଟ । ବର୍ତ୍ତମାନ ସମୟରେ ବିଦ୍ୟୁତ କମ୍ପାନୀ ଗୁଡିକ କିଭଳି ଗ୍ରାହକଙ୍କୁ ଭୁଲ୍ ମିଟର ଲଗାଇ ଠକୁଛନ୍ତି , ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ । ବିଶେଷକରି ଭାରତର ଗ୍ରାମାଞ୍ଚଳରେ ଏଭଳି ସମସ୍ୟା ସାଧାରଣ ବୋଲି ଫିଲ୍ମରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here