ଜାନୁଆରୀ ୨୩ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି, ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତି ନେତାଜୀଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସାମିଲ ହେବେ ,ନେତାଜୀଙ୍କ ଜନ୍ମଦିନରେ ତାଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଉଦଘାଟନ କରାଯିବ। ଏହି ଗ୍ୟାଲେରୀରେ ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶନ କରାଯିବ।ଉପ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ସଚିବ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ସମୀକ୍ଷା କରିଛନ୍ତି। ନେତାଜୀ ଜୟନ୍ତୀରେ ଏଥର ପୋଷ୍ଟାଲ ଗ୍ୟାଲେରୀ ସହିତ ଜନ୍ମଜୟନ୍ତୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବେ । ଏହି ଅବସରରେ ନେତାଜୀଙ୍କ ଜୀବନୀ ଉପରେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ଫଟୋ ପ୍ରଦର୍ଶନୀ ମଧ୍ୟ ହେବ ।

LEAVE A REPLY

Please enter your comment!
Please enter your name here