ଦିଲ୍ଲୀରେ ଦୀର୍ଘ ୧ ମାସରୁ ଅଧିକ ସମୟ ରହିବା ପରେ ଓଡ଼ିଶାକୁ ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଛନ୍ତି। ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧାସଳଖ ନବୀନ ନିବାସକୁ ଯାଇଛନ୍ତି।ବିଭିନ୍ନ ସାମାଜିକ, ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ସେ ଦିଲ୍ଲୀ ଗସ୍ତ କରିଥିଲେ ଏବଂ ଦିଲ୍ଲୀସ୍ଥିତ ବାସଭବନରେ ୧ ମାସ ରହିଥିଲେ , ନିଜ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କୁ ଭେଟିବା ସହ ବହି କିଣିବା ଏବଂ ପଢିବାରେ ନିଜ ସମୟ ବିତାଇଥିଲେ।ଆଗକୁ ନୂଆପଡ଼ା ବିଧାନସଭା ନିର୍ବାଚନ ଥିବାରୁ ନବୀନଙ୍କ ରଣନୀତି ଅତି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି, ସେଥିପାଇଁ ତାଙ୍କ ଫେରିବା ଗୁରୁତ୍ଵପୂର୍ଣ୍ଣ ରହିଥିଲା।

LEAVE A REPLY

Please enter your comment!
Please enter your name here