ଚେନ୍ନାଇରେ ନୂତନ ଭାବେ ଉଦଘାଟିତ ହୋଇଥିବା ଓଡିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ସାଉଥ୍ ସୁପରଷ୍ଟାର ତଥା ମକ୍କଲ ନୀଧି ମୟମ ଦଳର ମୁଖ୍ୟ କମଲ ହାସନ । ବୁଧବାର କମଲ ହାସନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ କିଛି ସମୟ ଅତିବାହିତ କରିଥିଲେ ।

ସାକ୍ଷାତ ପରେ ପ୍ରତିକ୍ରିୟା ରଖି କମଲ କହିଛନ୍ତି ଯେ ରାଜନୀତିରେ ସେ ନୂଆ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ତାଙ୍କୁ ଏ କ୍ଷେତ୍ରରେ ପ୍ରେରଣା ଯୋଗାଇବ । ତାଙ୍କ ମତରେ ରାଜନୈତିକ କ୍ଷେତ୍ରରେ ନବୀନ ହେଉଛନ୍ତି ଜଣେ ଖ୍ୟାତିସଂପନ୍ନ ନେତା । ଏହା ସହ ତାଙ୍କର ସେ ଜଣେ ବଡ ପ୍ରଂଶସକ ବୋଲି କହିଛନ୍ତି ।

ନିଜ ରାଜ୍ୟକୁ ଠିକ୍ ଭାବେ ପରିଚାଳିତ କରୁଥିବା ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ଠାରୁ କିଛି ପରାମର୍ଶ ନେଇଛି ବୋଲି କହିଛନ୍ତି  ଅଭିନେତା କମଲ । ଅଭିନେତାରୁ ରାଜନୀତିରେ ନୂଆ କରି ପାଦ ଥାପିଥିବା ହାସନ ନିଜ ଦଳକୁ ସୁଦୃଢ କରିବା ପାଇଁ ବିଭିନ୍ନ ରାଜନୈତକ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here