ସୁପର ମଡେଲ ତଥା ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା ପଦ୍ମାଲକ୍ଷ୍ମୀ । ଚର୍ଚ୍ଚିତ ଆମେରିକା ଟିଭି ତାରକା ତଥା ଲେଖକ ସଲମାନ ରଶଦିଙ୍କ ପୂର୍ବତନ ସ୍ତ୍ରୀ ପଦ୍ମାଲକ୍ଷ୍ମୀ ତାଙ୍କ ଜୀବନର କେତେକ ଅକୁହା କଥାର ଖୁଲାସା କରିଛନ୍ତି । ନ୍ୟୁୟର୍କ ଟାଇମ୍ସରେ ସେ ଲେଖିଥିବା ଏକ ଆଲେଖ୍ୟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା ଜଣେ ସମ୍ପର୍କୀୟ ତାଙ୍କୁ ଯୌନ ଶୋଷଣ କରିଥିଲେ । ଏହା ତାଙ୍କୁ ବେଶ୍ ଆଘାତ ଦେଇଥିଲା । ସେହିପରି ୧୬ ବର୍ଷ ବୟସରେ ସେ ପୁଣି ଦୁଷ୍ମର୍ମର ଶିକାର ହୋଇଥିଲେ । ସେଦିନ ତାଙ୍କ ସହ ଘଟିଥିବା ଦୁଷ୍କର୍ମ ଘଟଣାର ସବିଶେଷ ବିବରଣୀ ଦେବାକୁ ଯାଇ ପଦ୍ମାଲକ୍ଷ୍ମୀ ଲେଖିଛନ୍ତି, ଏହି ଘଟଣା ଘଟିଥିଲା ଏକ ନୂଆବର୍ଷର ପୂର୍ବରାତିରେ । ଏହି ଘଟଣାର କିଛି ଦିନ ପୂର୍ବରୁ ଜନୈକ ଯୁବକଙ୍କ ସହ ମୋର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥାଏ । ସେତେବେଳେ ଯୁବକଙ୍କ ବୟସ ୨୩ ଥାଏ । ନୂଆବର୍ଷ ସେଲିବ୍ରେଟ ଅବସରରେ ଆମେ ସେଦିନ ଏକ ହୋଟେଲରେ ଥାଉ । ମୁଁ ଅତ୍ୟନ୍ତ କ୍ଲାନ୍ତ ଥିଲି । କଥା ହେଉ ହେଉ ମୁଁ ଶୋଇପଡିଥିଲି । ତେବେ ନିଘୋଡ ନିଦ୍ରାରେ ଶୋଇଥିବାର ସୁଯୋଗ ନେଇ ମୋ ସହ ଦୁଷ୍କର୍ମ କରାଯାଇଥିଲା । ଏ ସମ୍ପର୍କରେ ମୋର କୌଣସି ପୂର୍ବ ଧାରଣା ନଥିଲା । ସେଥିପାଇଁ ଏସମ୍ପର୍କରେ ମୁଁ କିଛି ଜାଣିପାରିଲି ନାହିଁ । କିନ୍ତୁ ,ସକାଳେ ଅସହ୍ୟ ଯନ୍ତ୍ରଣାରେ ବିଛଣାରୁ ଉଠିଥିଲି । ସେଦିନ ମୁଁ ଆଦୌ ମଦ୍ୟପାନ କରିନଥିଲି । ତଥାପି ଭାବିଲି ଏ ଘଟଣାରେ ମୋର ଭୁଲ ଅଛି । ସେଥିପାଇଁ ଅନେକ ଦିନ ପର୍ଯ୍ୟନ୍ତ କାହା ସହ କଥାହେବା ମୁଁ ବନ୍ଦ କରିଦେଇଥିଲି । ପରବର୍ତ୍ତି ସମୟରେ ମୋ ଜୀବନର ଗତିପଥ ବଦଳି ଯାଇଥିଲା । ପଦ୍ମାଲକ୍ଷ୍ମୀଙ୍କ ନିଜ ଜୀବନ ସମ୍ପର୍କରେ ଏଭଳି ଅକୁହା କଥା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here