ନୁଆଦିଲ୍ଲୀ : କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ଏହି ରୋଗରେ ସଂକ୍ରମିତ ହୋଇଛନ୍ତି । ଉକ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ସୂଚନାମୁତାବକ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍‌ନୋରେ କରୋନା ରୋଗୀଙ୍କୁ ୁ ଚିକିତ୍ସା କରୁଥିଲେ ଡାକ୍ତର । ଆକ୍ରାନ୍ତ ଡାକ୍ତରଙ୍କ ଚିକିତ୍ସା ଜାରି ରହିଛି । ଲକ୍ଷ୍‌ନୋରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ହୋଇଛି । ଲକ୍ଷ୍‌ନୋ ଡାକ୍ତରଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ଛୁୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରେ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି । ଭାରତରେ କରୋନା ସଂକ୍ରମଣରେ ୧୪ଜଣ ସୁସ୍ଥ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here