ନୁଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ହୋମ ଆଇସୋଲେସନରେ ରହିଛନ୍ତି । ସାଉଦି ଆରବରୁ ଫେରିବା ପରେ ସ୍ୱଇଚ୍ଛାରେ ହୋମ ଆଇସୋଲେସନରେ ରହିବାକୁ ନିଷ୍ପତି ନେଇଛନ୍ତି । ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୁପ ସେ ୧୪ଦିନ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିଷ୍ପତି ନେଇଛନ୍ତି । ସୂଚନାମୁତାବକ ସୁରେଶ ପ୍ରଭୁ ମାର୍ଚ୍ଚ ୧୦ ତାରିଖରେ ଏକ କାଯ୍ୟକ୍‌ରମରେ ଯୋଗ ଦେବାକୁ ସାଉଦି ଆରବ ଯାଇଥିଲେ । ସେଠାରୁ ଫେରିବା ପରେ କରୋନା ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ନେଗେଟିଭ ଆସିଛି । ଏହା ସହିତ ଏକାଧିକ ବଲିଉଡ ଷ୍ଟାର ଆଇସୋଲେସନରେ ରହିଥିବା ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here