ଭୁବନେଶ୍ୱର:କରୋନା ଭାଇରସ ସାରା ବିଶ୍ୱରେ ଏବେ ଆତଙ୍କ ଖେଳାଇଛି I ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି I ଏହି ଭୂତାଣୁ ଏବେ ଓଡିଶାରେ ଆସି ପହଞ୍ଚିଛି I ଓଡିଶାରେ ଗତକାଲି ପାରାଦୀପରୁ 2କରୋନା ସନ୍ଦିଗ୍ଧକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିବାବେଳେ ଆଜି ଆଉ 2ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ ଜଣେ ସୋନପୁର ଓ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି I କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଆଜି ଓଡିଶା ସରକାର କର୍ମକ୍ଷେତ୍ର ପାଇଁ ପରାମର୍ଶ ଜାରି କରିଛନ୍ତି :
1.କାର୍ଯ୍ୟକ୍ଷେତ୍ରକୁ ସ୍ୱଚ୍ଛ ଓ ପରିଷ୍କାର ରଖନ୍ତୁ I
2.ଡେସ୍କ, ଟେଲିଫୋନ, କମ୍ପ୍ୟୁଟର, କି-ବୋର୍ଡ ଆଦି ଉପକରଣକୁ 70% ଆଲକହଲ ଥିବା ବିଶୋଧକରେ ପୋଛି ସଫା ରଖନ୍ତୁ I
3.ହାତକୁ ବାରମ୍ବାର ଧୁଅନ୍ତୁ I
4.ଓ୍ୱାସ ବେସିନ ନିକଟରେ ସାବୁନ ଓ ସାନିଟାଇଜିଙ୍ଗ ହ୍ୟାଣ୍ଡ ରବ ଆଦି ରଖନ୍ତୁ I
5.ହାତ କିପରି ଧୁଆଯିବ ସେଥିପାଇଁ ପୋଷ୍ଟର ଲଗାନ୍ତୁ I
6.କାର୍ଯ୍ୟକ୍ଷେତ୍ରରେ ଟିସୁ ପେପର, ମାସ୍କ ଓ ବନ୍ଦଥିବା ଡଷ୍ଟବିନ ବ୍ୟବହାର କରନ୍ତୁ I
7.ଛେପ, ଖଙ୍କାର ପକାଇବା ଓ କାଶିବା ସମୟରେ ଶାଳୀନତା ରକ୍ଷା ସଂକ୍ରାନ୍ତରେ ପୋଷ୍ଟର ଲଗାନ୍ତୁ I
8.କାଶୁଥିବା ଓ ସିଂଘାଣି ବୋହୁଥିବା ଲୋକମାନଙ୍କ ଠାରୁ ନିରାପଦ ଦୂରତାରେ ରୁହନ୍ତୁ I
9.ପରସ୍ପର ମଧ୍ୟରେ ପାଖାପାଖି 1ମିଟର ଦୂରତା ରଖନ୍ତୁ I
10.ପରସ୍ପର ମଧ୍ୟରେ ହାତ ମିଳାନ୍ତୁ ନାହିଁ କି ଆଲିଙ୍ଗନ କରନ୍ତୁ ନାହିଁ I
11.ଅତି ଆବଶ୍ୟକ ନ ଥିଲେ ଜନଗହଳି ସ୍ଥାନ, ମଲ, ମାର୍କେଟ, ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନକୁ ଯା’ନ୍ତୁ ନାହିଁ I
12.ଜରୁରୀ ନ ଥିଲେ କରୋନା ଭାଇରସ ସଂକ୍ରମିତ ଦେଶକୁ ଯା’ନ୍ତୁ ନାହିଁ I
13.ଫ୍ଲୁ ଭଳି ଲକ୍ଷଣ ଦେଖାଗଲେ ସଂପୃକ୍ତ କର୍ମଚାରୀଙ୍କୁ ଘରେ ଏକାନ୍ତରେ ରହିବାକୁ କୁହନ୍ତୁ I