ନୂଆଦିଲ୍ଲୀ : କରୋନା ଧିରେ ଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି I ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ମଧ୍ୟ ବଢିବାରେ ଲାଗିଲାଣି I ଏଯାବତ ଭାରତରେ 28ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି I ଏମାନଙ୍କୁ ଅଧିକାଂଶ ବିଦେଶରୁ ସଂକ୍ରମଣ ହୋଇଥିବା ଜଣାପଡିଛି I ସେମାନଙ୍କ ମଧ୍ୟରୁ 12ଜଣ ଭାରତୀୟ ହୋଇଥିବାବେଳେ 16ଜଣ ଇଟାଲୀୟ ନାଗରିକ ଅଛନ୍ତି I ଭାରତ ଭ୍ରମଣରେ ଆସିଥିବା 21ଜଣ ଇଟାଲୀ ପର୍ଯ୍ୟଟକଙ୍କ ମଧ୍ୟରେ 16ଜଣଙ୍କଠାରେ କରୋନା ପଜିଟିଭ ବାହାରିଛି I ସେହିଭଳି 12ଜଣଙ୍କ ମଧ୍ୟରୁ କେରଳର 3ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି I ଅନ୍ୟ 9ଜଣଙ୍କ ମଧ୍ୟରୁ ଦିଲ୍ଲୀ, ତେଲେଙ୍ଗାନା ଏବଂ ଜୟପୁରର ଜଣେ ଲେଖାଏଁ ଆକ୍ରାନ୍ତ ଥିବାବେଳେ ଆଗ୍ରାର ଦୁଇ ଜୋତା ରପ୍ତାନୀଙ୍କ ପରିବାରର 6ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି I ସମସ୍ତେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି I ସେପଟେ ଜଣେ ଭାଇରସ ଆକ୍ରାନ୍ତଙ୍କ ପୁଅ ନଏଡା ସ୍ଥିତ ଏକ ସ୍କୁଲରେ ପଢୁଥିବାରୁ ଏହି ସ୍କୁଲକୁ ବନ୍ଦ ରଖାଯାଇଛି I କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ପରିବାର ସଦସ୍ୟଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି I ଭାରତରେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି I କରୋନାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି I ଦିଲ୍ଲୀରେ ସ୍ୱତନ୍ତ୍ର ଓ୍ୱାର୍ଡ ବ୍ୟବସ୍ଥା ସହ ଔଷଧ ଓ ଉପକରଣ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି I
ସୂଚନାଯୋଗ୍ୟ, ଚୀନର ଉହାନରୁ ବ୍ୟାପିଥିବା ଏହି ଭୂତାଣୁ ମୋଟ 75ଟି ରାଷ୍ଟ୍ରରେ ପହଞ୍ଚିସାରିଲାଣି I ଏହି ଭାଇରସ 3100ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି I 90,000ରୁ ଅଧିକ ଏହି ଭାଇରସରେ ଆକ୍ରାନ୍ତ ଅଛନ୍ତି I ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା 100 ଟପିଲାଣି I

LEAVE A REPLY

Please enter your comment!
Please enter your name here