ଜଣେ କାର୍ଯ୍ୟରତ କନେଷ୍ଟବଳଙ୍କୁ ନିର୍ଧୁମ ଛେଚିଲେ ଜଣେ କଲେଜ ଝିଅ। ଏହି ଘଟଣା ଦେଖିବାକୁ ମିଳିଛି ସ୍ମାର୍ଟସିଟି ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ରମାଦେବୀ କଲେଜ ସାମ୍ନାରେ। ସୁଚନା ମୁତାବକ, ରାସ୍ତାରେ ଗାଡି କାଗଜପତ୍ର ଯାଂଚ କରାଯାଉଥିବାବେଳେ ଠିକ୍ ସେହି ସମୟରେ ବାଇକ୍ ରେ ଜଣେ ଯୁବକ ଓ ଯୁବତୀଙ୍କୁ  ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନେ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ସଂମ୍ପୃକ୍ତ ଝିଅ ଟ୍ରାଫିକ ନିୟମ ଉଲଘଂନ କରିଥିବା ନେଇ କନେଷ୍ଟବଳ ଅଭିଯୋଗ କରୁଥିବା ବେଳେ ଯୁବତୀଙ୍କ ଆକ୍ରମଣର ଶୀକାର ହୋଇଥିଲେ. ଏମିତିକି ଯୁବତୀ ଜଣଙ୍କ ଟ୍ରାଫିକ ନିୟମ ଉଲ୍ଲଘଂନ କରୁଥିବାନେଇ କନେଷ୍ଟବଳ ତାଙ୍କୁ ତାଗିଦ୍ କରିଥିଲେ । ମାତ୍ର ଯୁବତୀଜଣଙ୍କ ବୁଝିବା ଅବସ୍ଥାରେ ନଥିଲେ. ପୋଲିସକୁ ଗାଳିଗୁଲଜ କରିବା ସହ କନେଷ୍ଟବଳଙ୍କୁ ନିର୍ଧୁମ ଛେଚିଥିଲେ ।

 

LEAVE A REPLY

Please enter your comment!
Please enter your name here