ଅବୈଧ ଶିକାର କରିବା ଅଭିଯୋଗରେ ଜେଲ ଗଲେ ଖ୍ୟାତନାମା ଗଲଫ୍ ଖେଳାଳୀ ଜ୍ୟୋତି ରାନ୍ଧୱା. ବହରାଇଚ ଉତ୍ତରପ୍ରଦେଶର ହେଉଛି ଏହି ଘଟଣା. ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କରିଛି. ଗିରଫ ପରେ ଜ୍ୟୋତିଙ୍କ ପାଖରୁ A.22ର ରାଇଫଲ ମଧ୍ୟ ଜବତ କରାଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର ଜବତମାଳାରେ ଜ୍ୟୋତିଙ୍କୁ ଏକ ବାଘୁଣୀ ଖୋଜିବା ଟିମ୍ ରେ ସାମିଲ କରାଯାଇଥିଲା. ଆଉ ସେହି ବାଘୁଣୀକୁ ଖୋଜିବା ପାଇଁ ଯେଉଁ ଟିମ୍ ଗଠନ କରାଯାଇଥିଲା ତାହାର ନେତୃତ୍ୱ ରାନ୍ଧୱାଙ୍କୁ ଦିଆଯାଇଥିଲା. ଏଥିପାଇଁ ଜ୍ୟୋତିଙ୍କୁ ଦିଲ୍ଲୀରୁ ଜବତମାଳା ମଧ୍ୟ ଡକାଯାଇଥିଲା. ମାତ୍ର ବର୍ତ୍ତମାନ, ସେ ନିଜେ ଶିକାର କରିବା ଆରୋପରେ ଫସିଛନ୍ତି.  1994 ମସିହାରୁ ଜ୍ୟୋତି ଜଣେ ପ୍ରଫେସନାଲ ଗଲଫ୍ ଖେଳାଳୀ ଭାବେ ଏସିଆନ ଟୁର୍ ଠାରୁ ଆରମ୍ଭ କରି ୟୁରପିଆନ ଟୁର୍ ପର୍ଯ୍ୟନ୍ତ ଭାଗ ନେଇସାରିଛନ୍ତି. ଏହାସହ 2004ରେ ସେ ୟୁରୋପିଆନ ଟୁର୍ ରେ ନିଜ ଦମ୍ ମଧ୍ୟ ଦେଖାଇସାରିଛନ୍ତି.

LEAVE A REPLY

Please enter your comment!
Please enter your name here