ଗାଜାରେ ଅନାହାର ପରିସ୍ଥିତି, ଖାଦ୍ୟ ସହାୟତା ଅପେକ୍ଷାରେ ଛିଡା ହୋଇଥିଲାବେଳେ ଇସ୍ରାଏଲର ଗୁଳିବର୍ଷା । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ । କତରରେ ଯୁଦ୍ଧବିରତି ନେଇ ଆଲୋଚନା ମଧ୍ୟରେ ଉତ୍ତର ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ୬୭ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି ।

୨୧ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ସମୟରେ ଗାଜାର ଅଧିକାଂଶ ଅଂଶ ଏକ ଶୁଷ୍କ ଭୂମିରେ ପରିଣତ ହୋଇଛି । ଖାଦ୍ୟ ଅଭାବ ଯୋଗୁଁ ଅନାହାର ପରିସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତିରେ ଗାଜାରେ ଖାଦ୍ୟ ସହାୟତା ପାଇଁ ଜାତିସଂଘ ସହାୟତା ଟ୍ରକ୍ ଅପେକ୍ଷାରେ ଛିଡା ହୋଇଥିବା ବେଳେ ହଠାତ୍ ଇସ୍ରାଏଲ୍ ଗୁଳିବର୍ଷା କରିଥିଲା । ସେପଟେ ବିସ୍ଥାପିତ ପରିପୂର୍ଣ୍ଣ ଅଞ୍ଚଳ ଗୁଡ଼ିକୁ ଖାଲି କରିବା ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛି ଇସ୍ରାଏଲ୍ ।

LEAVE A REPLY

Please enter your comment!
Please enter your name here