ବୁର୍ଲା ଭୀମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରାଙ୍କୁ ଛୁଟିରେ ପଠାଇବା ପରେ ବଢିବାରେ ଲାଗିଛି ଅସନ୍ତୋଷ । ପୂଜାହାରୀଙ୍କୁ ଛୁଟିରେ ପଠାଯିବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ସମ୍ବଲପୁର ନାଗରିକ ମଂଚ । ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବୁର୍ଲାରେ ବନ୍ଦ ଡାକରା ଦିଆଯାଇଛି । ଜରୁରୀ କାଳୀନ ସେବାକୁ ଛାଡିଦେଲେ ସହରରେ ସମସ୍ତ ଦୋକାନବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି । କଂଗ୍ରେସ ଓ ବିଜେପି ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ବୁର୍ଲା ସହରର ପରିସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି । ଏଥିସହ ବିଜେପି ପକ୍ଷରୁ ସମ୍ବଲପୁର ଅଇଁଠାପାଲି ବିର୍ସା ମୁଣ୍ଡା ଛକରେ ଚକା ଜାମ୍ ଆନ୍ଦୋଳନ କରାଯାଇଛି ।
ବୁର୍ଲା ବଡ ମେଡିକାଲରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି ଡାକ୍ତର ଅଶ୍ୱିନୀ ପୂଜାହାରୀ । ସରକାରୀ ଚାକିରିରେ ରହି ଘରୋଇ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ବିରୋଧରେ ପଦକ୍ଷେପ ନେଇ ପଶ୍ଚିମାଂଚଳରେ ବେଶ ଲୋକପ୍ରିୟତା ସାଉଁଟିଥିଲେ । ତେବେ ପୂଜାହାରୀଙ୍କୁ ଚକ୍ରାନ୍ତମୂଳକ ଭାବରେ ହଇରାଣ କରାଯାଉଥିବା ନାଗରିକ ମଂଚ ଅଭିଯୋଗ ଆଣିଛି । ସରକାରଙ୍କର ଏକତରଫା ନିଷ୍ପତିକୁ ବିରୋଧ କରିବା ସହ ପୁଣିଥରେ ପୂଜାହାରୀଙ୍କୁ ଫେରାଇ ଆଣିବାକୁ ଦାବି ହୋଇଛି । ଏହା ସହିତ ତାଙ୍କ ସ୍ଥାନରେ ଆସିଥିବା ନୂତନ ନିର୍ଦ୍ଦେଶକଙ୍କୁ ତୁରନ୍ତ ଫେରି ଯିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here