ବିଜେପି ନେତା ତଥା ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବା ଦାବିରେ ଅଟଳ ରହିଛନ୍ତି ରାଜ୍ୟ ଓଏଏସ୍‍ ଅଧିକାରୀ ସଂଘ। ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ପଛରେ ଜଗନ୍ନାଥ ପ୍ରଧାନଙ୍କ ହାତ ରହିଥିବା କୁହାଯାଉଛି। ଆଜି ସକାଳେ ବସିଥିବା ସଂଘର ବୈଠକରେ ଏହି ନିଷ୍ପତ୍ତିରେ ଅଟଳ ରହିଛନ୍ତି ଅଧିକାରୀ ସଂଘର କର୍ମକର୍ତ୍ତା। ଏପରିକି ଦାବିରେ ଅଟଳ ରହି କାମ ବନ୍ଦ ଆନ୍ଦୋଳନରେ ବସିଛନ୍ତି।

ସୋମବାର ଦିନ ବିଏମ୍ସି ରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବିଏମ୍ସି ଅତିରିକ୍ତ କମିଶନର ରତ୍ନାକରଙ୍କୁ ୬-୭ ଜଣ ଯୁବକ ଅଚାନକ ମାଡ ମାରିଥିବା ଅଭିଯୋଗ ହୋଇଛି। ଖାରବେଳ ଥାନାରେ ଏହି ଅଭିଯୋଗ ହୋଇଛି। ଏ ବିଷୟରେ ତଦନ୍ତ କରିବା ପରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ୫ ଜଣଙ୍କୁ ବିଜେପି ନିଜର ସଭ୍ୟ ପଦରୁ ବହିଷ୍କାର କରିଛି। କିନ୍ତୁ ଏ ଘଟଣା ପଛରେ ଜଗନ୍ନାଥ ପ୍ରଧାନ ରହିଥିବା ନେଇ ଅଭିଯୋଗ କରିଛି ସଂଘ।

ଏହି ଘଟଣା ପରେ ଏବେ ରାଜ୍ୟସାରା ଓଏଏସ୍‍ ଅଧିକାରୀମାନେ ସମୂହ ଛୁଟିରେ ରହିଛନ୍ତି। କାର୍ଯ୍ୟ ସ୍ଥଳରେ ସେମାନେ ଅସୁରକ୍ଷିତ ମଣୁଥିବା କହିଛନ୍ତି। ଦିନ ଦ୍ୱିପ୍ରହରରେ ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କ ଉପରେ ଏପରି ଆକ୍ରମଣ ରାଜ୍ୟରେ ଜନ ସେବା ଉପରେ ପ୍ରଭାବ ପକାଉଛି ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏଣୁ ଶକ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଏହି ବିପଦ ବଢ଼ିବ ବୋଲି କହିବା ସହ ଅଧିକାରୀଙ୍କ ସେବା ଉପରେ ପ୍ରଭାବ ପକାଇବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here