ଭୁବନେଶ୍ବର ପଲାସପଲ୍ଲୀ ଅଂଚଳର ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସଂପାଦକ ସୁରେଶ ବେହେରାଙ୍କୁ ପୋଲିସ ଅଟକ ରଖିଛି । ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଜଣେ ଦିବ୍ୟାଙ୍ଗ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା । ସଂସ୍ଥାର ସଂପାଦକ ସୁରେଶ ବେହେରା ଦିବ୍ୟାଙ୍ଗ ଯୁବତୀଙ୍କୁ ଏଭଳି ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଗତ ତିନିମାସ ଧରି ଦିବ୍ୟାଙ୍ଗ ୟୁବତୀ ଏତଲା ଦେଇଥିଲେ ହେଁ ପୋଲିସ ସୁରେଶଙ୍କୁ ଧରିବାରେ ବିଫଳ ହୋଇଥିଲା । ଆଜି ପୋଲିସ ସୁରେଶଙ୍କୁ ଅଟକ ରଖି ଘଟଣା ସଂପର୍କରେ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here