ଆଲ୍ଲାବାଦର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ମୃତକଙ୍କ ଶରୀର ଫ୍ରିଜ, ଆଲମାରି ଓ ସୁଟକେଶରୁ ଉଦ୍ଧାର କରାଯାଇଛି। ଘରର ମୁରବି ନିଜ ପତ୍ନୀ ଓ ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ପୋଲିସ ସୁତ୍ରରୁ ଜଣାପଡିଛି ଯେ , ଦୀର୍ଘ ସମୟ ଧରି ଉକ୍ତ ଘରର ପରିବାର ଲୋକେ ବାହାରକୁ ନବାହାରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଡାକିଥିଲେ। କିନ୍ତୁ କୌଣସି ଉତ୍ତର ନମିଳିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘର ଭିତର ପଟୁ ବନ୍ଦ ରହିଥିବାରୁ ପୋଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା । ପରେ ସେଠାରେ ପାଞ୍ଚ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଜଣେ ମହିଳାଙ୍କ ଶବ ଫ୍ରିଜ ଭିତରେ ଥିବାବେଳେ ଦୁଇ ଜଣ ଝିଅଙ୍କ ମଧ୍ୟରୁ ଜଣଙ୍କ ଶବ ଏକ ସୁଟକେଶରେ ଏବଂ ଆଉ ଜଣଙ୍କ ଶବ ଏକ ଆଲମିରାରେ ରଖାଯାଇଥିଲା। ପାଖ କୋଠରିରେ ଆଉ ଜଣେ ଶିଶୁ କନ୍ୟାର ଶବ ପଡିଥିଲା। ସିଲିଂ ଫ୍ୟାନରେ ଜଣେ ବ୍ୟକ୍ତିଙ୍କ ଶବ ମଧ୍ୟ ଝୁଲୁଥିଲା। ମୃତକ ଜଣଙ୍କ ଘରର ମୁରବି ଏବଂ ତାଙ୍କ ନାଁ ମନୋଜ ବୋଲି ପୁଲିସ କହିଛ। ମୃତକ ମହିଳା ଜଣଙ୍କ ମନୋଜଙ୍କ ପତ୍ନୀ ଏବଂ ତିନି ଝିଅ ତାଙ୍କ ସନ୍ତାନ ବୋଲି ଅନୁମାନ କରାଯାଉଛି। ତେବେ ପରିବାରରେ ଅଶାନ୍ତି କି ପରକୀୟା ପ୍ରିତୀ ସନେ୍ଦହରେ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ଅନୁସନ୍ଧାନ ପରେ କହିଛି।