ବଦଳିଲେ ୮ଟି ରାଜ୍ୟର ରାଜ୍ୟପାଳ । ୮ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ଦାୟିତ୍ୱ ମିିଳିଛି । ଥାୱରଚନ୍ଦ ଗେହଲଟ କର୍ଣ୍ଣାଟକର ରାଜ୍ୟପାଳ ହୋଇଛନ୍ତି । ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମିଜୋରାମର ରାଜ୍ୟପାଳ ପଦରେ ହରିବାବୁ କମ୍ଭଂପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ମଂଗୁଭାଇ ଛଗନଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଏବଂ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ ପଦରେ ଅବସ୍ଥାପିତ କରାଯାଇଛି । ରମେଶ ବୈଶଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇତିବା ବେଳେ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ପଦରେ ଅଭଷିକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here