ଛତିଶଗଡ଼ ବିଜାପୁରରେ ମାଓବାଦୀମାନଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ପୋଲିସ ସୂଚନାଦାତା ସନ୍ଦେହରେ ଦୁଇ ଶିକ୍ଷକଙ୍କ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଜଣ ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷକ ଭାବେ କାମ କରୁଥିଲେ । ମୃତ ଶିକ୍ଷକ ହେଲେ ପିଲୁର ଗ୍ରାମର ବିନୋଦ ମାଡ଼େ । ସେ କୋଣ୍ଡାପାଡଗୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସେହିପରି ଅନ୍ୟଜଣେ ହେଲେ ଟେକମେଟା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସୁରେଶ ମେଟା ।

ମାଓବାଦୀମାନେ ସେମାନଙ୍କୁ ଗଳାକାଟି ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ମୃତ ଦେହକୁ ଫିଙ୍ଗି ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ, ଦୁଇ ଜଣଙ୍କୁ ମାଓବାଦୀମାନେ ଘରୁ ଉଠାଇ ନେଇଥିଲେ । ଏହା ପରେ ସେମାନଙ୍କ ଗଳାକାଟି ହତ୍ୟା କରିଛନ୍ତି । ଫର୍ସେଗଡ଼ ପୋଲିସ ଖବର ପାଇ ମୃତ ଦେହକୁ ଜବତ କରିବା ସହିତ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here