ଡାକ୍ତରଙ୍କୁ ମରଣାତ୍ମକ ଆକ୍ରମଣ । ଏହି ଆକ୍ରମଣ ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡାପାଟଣା ଗୁରୁବପ୍ରସାଦ କଲୋନିରେ ଘଟିଛି । ସୂଚନା ଅନୁସାରେ ଗତକାଲି ରାତି ୧ଟା ବେଳେ ହୋମିଓପାଥି ଡାକ୍ତର ଶରତ କୁମାର ଶତପଥିଙ୍କ କ୍ଲିନିକରେ ୨ଜଣ ଯୁବତି କାମ ଶିଖୁଥିଲେ । ବିଳମ୍ବିତରାତିରେ ଯୁବତି ମାନେ ରହୁଥିବା ଘରେ କବାଟ ବାଡେଇ ଗାଳିଗୁଳଜ କରିଥିଲେ ୩ ଦୁବୁର୍ତ୍ତ । ଯୁବତିମାନେ ଫୋନ କରି ଡାକ୍ତରକୁ ଡାକିଥିଲେ । ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିବାରୁ ତାଙ୍କୁ ଆକ୍ରମଣ କରି ଦୁବୁର୍ତ୍ତ ଫେରାର ହୋଇଯାଇଥିଲେ । ତେବେ ଡାକ୍ତରଙ୍କୁ ନରସିଂହପୁର ମେଡିକାଲକୁ ଚିକିସôା କରି କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁବୁର୍ତ୍ତମାନଙ୍କ ଘର ଠେଙ୍ଗାପଲ୍ଲୀ ଓ ମୁଣ୍ଡାତୋଠର ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।
ପୋଲିସର ଆଇନ ଶୃଙ୍ଖଳା ଉପରେ ଜନସାଧାରଣ ପ୍ରଶ୍ନ ଉଠାଉଛନ୍ତି । ତହସିଲ ଦାରଙ୍କ ବାସଭବନକୁ ଲାଗି ମଦ ଦୋକାନ ପାଖରେ କ୍ଲିନିକ୍ ଥିବାରୁ ଜନସାଧାରଣ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here