ଏଣିକି ଶିକ୍ଷା ସଂସ୍ଥା ଆଉ ରଖିପାରିବେନି ଛାତ୍ରଛାତ୍ରୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍. ସେଣ୍ଟ୍ରାଲ୍, ଷ୍ଟେଟ୍, ଉଚ୍ଚ ଶିକ୍ଷା ସଂସ୍ଥା, ଡିମ୍ଡ-ଟୁ-ବି-ୟୁନିଭରସିଟି ସମେତ ଘରୋଇ ବିଶ୍ୱବିଦ୍ୟାଳୟ ଆଉ ପିଲାଙ୍କ ମୂଳ ପ୍ରମାଣ ପତ୍ର ରଖିପାରିବେ ନାହିଁ. ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୟୁଜିସି ଆକ୍ଟ ଉପରେ ଏହି ପରିବର୍ତ୍ତନ ଆଣିଛନ୍ତି. ଯଦି କୌଣସି ସଂସ୍ଥା ଏହି ନୂଆ ନିୟମର ପାଳନ ନ କରନ୍ତି ତାହାଲେ ସେହି ସଂସ୍ଥା ଉପରେ ଜୋରିମାନା ଲାଗୁ କରାଯିବା ସହ ପାଇଥିବା ମାନ୍ୟତାକୁ ରଦ୍ଦ କରାଯିବ. ୟୁଜିସି ଆକ୍ଟର ଏହି ନୂଆ ନିୟମକୁ କେବଳ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍,ଏମଫିଲ୍ ଏବଂ ପିଏଚଡି ପ୍ରୋଗ୍ରାମ୍ ରେ ଲାଗୁ କରାଯିବ ବୋଲି ମାନବ ସଂସ୍ଥା ବିକାଶ ମନ୍ତ୍ରୀ ପ୍ରକାଶ ଜାୱେଦକର୍ କହିଛନ୍ତି. ନୂଆ ନିୟମ ଅନୁସାରେ, ପିଲାଙ୍କ ଠାରୁ ଆଦାୟ କରାଯାଉଥିବା ସେମିଷ୍ଟାର ଫିସ୍ କିମ୍ବା ବାର୍ଷିକ ଫିସ୍ ଉପରେ ରୋକ୍ ଲଗାଯିବ. ତେବେ ୟୁଜିସି ଏ ସମ୍ବନ୍ଧରେ ସମସ୍ତ ବିଶ୍ୱବିଦ୍ୟାଳୟକୁ ଚଳିତ ସପ୍ତାହରେ ନୋଟିଫିକେସନ ଜାରି କରିବ. ଯାହାଦ୍ୱାରା ଆଡମିଶନ ସମୟରେ ଶିକ୍ଷା ସଂସ୍ଥା ରଖୁଥିବା ଅରଜିନାଲ ସାର୍ଟିଫିକେଟ୍, ମାଇଗଗ୍ରେସନ ସାର୍ଟିଫିକେଟ୍, ମାର୍କସିଟ୍ କିମ୍ବା ଡିଗ୍ରୀ ସାର୍ଟିଫିକେଟ୍ କୁ ଆଉ ରଖିପାରିବେନି. ଜାୱେଦକରଙ୍କ କହିବା ମୁତାବକ, ଶିକ୍ଷା ସଂସ୍ଥା ଗୁଡିକ ବେଶି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ମେଡିକାଲ ଛାତ୍ରଛାତ୍ରୀଙ୍କଠୁ ପ୍ରୋସେସିଂ ଫି ନାରେ ସେମାନଙ୍କୁ ଲୁଟି ଥାଆନ୍ତି. ହେଲେ ବର୍ତ୍ତମାନ ସେମାନେ ଆଡମିଶନ ସମୟରେ ପ୍ରୋସେସିଂ ଫି ପାଇଁ 5 ପ୍ରତିଶତ ରଖିପାରିବେ କିମ୍ବା 5000 ଟଙ୍କା ରଖିପାରିବେ.