ଭାରତରେ ପେଟ୍ରୋଲ ଦରକୁ ନେଇ ଦିନକୁ ଦିନ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି. ରାତି ପାହିଲେ ଲୋକମାନେ ପ୍ରଥମେ ଜାଣିବାକୁ ଚାହୁଁଛନ୍ତି ଆଜି ପେଟ୍ରୋଲ ଦର କେତେ ଟଙ୍କା ବଢିଛି. ଗୋଟିଏ ସମୟରେ କେନ୍ଦ୍ର ସରକାର ଟ୍ୟାକ୍ସ କାଟି ପେଟ୍ରୋଲ ଦର କମଉଥିବା ବେଳେ ତା ପରଦିନ ଶୁଣିବାକୁ ମିଳୁଛି ପେଟ୍ରୋଲ ଦର ପୁଣି ବଢିଯାଇଛି. ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଥିବା ବେଳେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି. ପେଟ୍ରୋଲ ଲିଟର ପ୍ରତି 2 ଟଙ୍କା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ତେବେ ଆଜି ଆମେ ଆପଣଙ୍କୁ ଏପରି କୋତୋଟି ଦେଶର ନା କହିବୁ ଯେଉଁଠି ପେଟ୍ରୋଲ ବହୁତ ଶସ୍ତାରେ ଉପଲବ୍ଧ ହୁଏ. ପ୍ରଥମଟି ହେଲା ବେନେଜୋଏଲା. ଦୁନିଆରେ ସବୁଠୁ ଶସ୍ତାରେ ମିଳୁଥିବା ପେଟ୍ରୋଲ ଏହି ବେନେଜୋଏଲାରେ ହିଁ ମିଳିଥାଏ. ଏକ ରିପୋର୍ଟ ଅନୁସାରେ, ବେନେଜୁଏଲାରେ ମେ ମାସ 2018ରେ ପେଟ୍ରୋଲର ମୂଲ୍ୟ 68 ପଇସା ଥିଲା ଯାହା 1 ଅକ୍ଟୋବର ସୁଦ୍ଧା ବୃଦ୍ଧି ପାଇ ଲିଟର ପିଛା 2 ଟଙ୍କାରେ ପହଞ୍ଚିଛି.  ଦ୍ୱିତୀୟଟି ହେଉଛି ସାଉଦି ଆରବ. ସାଉଦି ଆରବକୁ ଧନୀ ଦେଶ ଭିତରେ ଗଣନା କରାଯାଏ. ଏଠାରେ ତେଲର ଭଣ୍ଡାର ରହିଥିବାରୁ ଦୁନିଆର ପ୍ରାୟ ସବୁ ଦେଶକୁ ତେଲ ଏହିଠାରୁ ହିଁ ସପ୍ଲାଇ ହୋଇଥାଏ. ଏଠାରେ ତେଲର ମୂଲ୍ୟ 0.47 ସାଉଦି ରିଆଲ୍. ଯଦି ଭାରତୀୟ ମୂଦ୍ରାରେ କହିବା ତାହାଲେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 8.16 ଟଙ୍କା. ତୃତୀୟଟି ହେଲା ଲିବିୟା. ବର୍ତ୍ତମାନ ଲିବିୟାରେ ପେଟ୍ରୋଲ ଲିଟର ପିଛା 0.14 ଆମେରିକୀୟ ଡଲାର. ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ଲିଟର ପିଛା 9.11 ଟଙ୍କା. ଚତୁର୍ଥଟି ହେଲା ମିଶର. ମିଶରରେ ତେଲ ଲିଟର ପିଛା 3.6 ଇଜିପ୍ସିୟନ ପାଉଣ୍ଡ ଏବଂ ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ଲିଟର ପିଛା 13.52 ଟଙ୍କା ଏବଂ ଶେଷରେ  ଆଲଜେରିଆ. ଏଠାରେ ପେଟ୍ରୋଲର ମୂଲ୍ୟ 40.30 ଆଲଜିରିୟମ୍ ଦିନାର ଏବଂ ଭାରତୀୟ ମୂଦ୍ରାରେ ଲିଟର ପିଛା 1.23 ଟଙ୍କା.

LEAVE A REPLY

Please enter your comment!
Please enter your name here