ନୂଆଦିଲ୍ଲୀର ବିଜ୍ଞାନଭବନରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାରୁ ଦୁଇଟି ଚଳଚ୍ଚିତ୍ର ପୁରସ୍କାର ଅର୍ଜନ କରିଛି। ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ସମ୍ମାନିତ କରାଯାଇଛି। ପ୍ରଯୋଜକ ସୁଶ୍ରୀ ଲିତିସା ମଙ୍ଗତ ପଣ୍ଡା ଓ ନିର୍ଦ୍ଦେଶକ ସୁଭ୍ରାଂଶୁ କୁମାର ଦାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ବିଶେଷ ଉଲ୍ଲେଖ ପାଇଁ “The Sea and The Villages “କୁ ପୁରସ୍କାର ମିଳିଛି । ଇତିରାଣୀ ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପୁରସ୍କାର ଗ୍ରହଣ କରିଛନ୍ତି ।
ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେଷିତ ହୋଇଛି । ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଗବିନ୍ଦୁ ଉପରେ ଆଧାରିତ । ଏଥିରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ସୁପ୍ରିୟା ମୁଖ୍ୟ ଭୂମିକାରେ ରହିଛନ୍ତି ।














