ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ ରାଜଭବନରେ ପହଁଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର । ଦେଇଛନ୍ତି । । ଇସ୍ତଫା ନେଇ ତ୍ରିବେନ୍ଦ୍ର କହିଛନ୍ତି ୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ତାଙ୍କ ପାଇଁ ସ୍ମରଣୀୟ ମୁହୁର୍ତ୍ତ । ଗୋଟିଏ ଗାଁରୁ ସୈନିକ ପରିବାରରୁ ଆସିଥିବା ନେତା ଭାବେ ସେ କେବେ ଭାବିନଥିଲେ ମୁଖ୍ୟମନ୍ତ୍ରୀ ହେବେ ବୋଲି । ତାଙ୍କୁ ବିଜେପି ହିଁ ମୁଖ୍ୟମନ୍ତ୍ରୀ କରିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦଳର ସାମୂହିକ ନିଷ୍ପତ୍ତି ବୋଲି ତ୍ରିବେନ୍ଦ୍ର କହିଛନ୍ତି । ଅନ୍ୟପକ୍ଷରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଆଲୋଚନା ପାଇଁ ବିଜେପି ପ୍ରଭାରୀ ରମଣ ସିଂ ଡେରାଡୁନ୍‌ରେ ପହଁଞ୍ଚିଛନ୍ତି । ବିଧାୟକଙ୍କ ସହ ଆଲୋଚନା ପରେ ଆସନ୍ତାକାଲି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ହେବେ ବୋଲି କୁହାଯାଇଛି । ୨୦୧୭ ବିଧାନସଭା ନିର୍ବାଚନରେ ମୋଟ୍ ୭୦ଟି ଆସନରୁ ବିଜେପି ୫୭ଟି ଆସନରେ ବିଜୟୀ ହୋଇଥିଲା । ଏହାପରେ ତ୍ରିବେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ତେବେ ଗତ କିଛି ମାସ ହେବ ତାଙ୍କ କାର୍ଯ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା । ଗତକାଲି ସେ ନୂଆଦିଲ୍ଲୀ ଆସି ଦଳର ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ଏହାପରେ ଆଜି ଡେରାଡୁନ୍ ଫେରି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ପରେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here