26 ଜୁଲାଇରୁ 28 ଜୁଲାଇ ମଧ୍ୟରେ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ 58 ଜଣଙ୍କର ମୃତ୍ୟୁ ହେବା ସହ 53 ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି. ଦିଲ୍ଲୀରେ ଯମୁନା ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି.

ଉତ୍ତର ଭାରତରେ ବର୍ଷା ଲୋକଙ୍କ ଉପରେ ଭାରି ପଡୁଛି. ରିପୋର୍ଟ ଅନୁଯାୟୀ ସହାରନପୁରରେ 11 ଜଣଙ୍କର ମୃତ୍ୟୁ ହୋଇଛି 53 ଜଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମେରଠରେ 10 ଓ ଆଗ୍ରାରେ 6 ଜଣଙ୍କର ମୃତ୍ୟୁ ହୋଇଛି.

ପରିସ୍ଥିତିକୁ ନଜରରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହ ପୋଲିସ ପ୍ରମୁଖଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ସହ କ୍ଷତିଗ୍ରସ୍ତଙ୍କୁ 59 ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି.

LEAVE A REPLY

Please enter your comment!
Please enter your name here