ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଅଭିଯୁକ୍ତ ଡ.ଉମର ନବିର ଗିରଫ ହେବାପରେ ଗୁଇନ୍ଦା ଏଜେନ୍ସି ବିଶ୍ୱ ବିଦ୍ୟାଳୟ ସହ ଜଡିତ ଅନେକ ଚାଞ୍ଚଲ୍ୟକର ତଥ୍ୟ ବାହାର କରିଛି । ନବି ଏହି ୟୁନିଭର୍ସିଟି ସହ ଜଡିତ ଥିଲା । ନବିର ଆତଙ୍କବାଦୀ ଗତିବିଧି ସମ୍ବନ୍ଧ ସାମ୍ନାକୁ ଆସିବା ପରେ ଏହି ବିଶ୍ୱ ବିଦ୍ୟାଳୟ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି ।ଗୁଇନ୍ଦା ରିପୋର୍ଟ ଅନୁଯାୟୀ ନବି ୟୁନିଭର୍ସିଟି ସହ ଜଡିତ ପ୍ରଥମ ବ୍ୟକ୍ତି ନୁହେଁ । କେବଳ ଦିଲ୍ଲୀ ନୁହେଁ ୨୦୦୮ ଜୟପୁର ଓ ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟରେ ମଧ୍ୟ ୟୁନିଭର୍ସିଟିର ସନ୍ଦିଗ୍ଧ ଭୂମିକା ସାମ୍ନାକୁ ଆସିଛି । ଅଲ ଫଲାହର ଜଣେ ପୂର୍ବତନ ଛାତ୍ରର ନାମ ଆତଙ୍କୀ ସଂଗଠନ ସହ ଜଡିତ ଥିବା ପ୍ରମାଣ ମିଳି ସାରିଛି । ମିର୍ଜା ଶାଦାବ ବେଗର ନାଁ ପୁଣି ଥରେ ସାମ୍ନାକୁ ଆସିଛି, ସେ ଇଣ୍ଡିଆନ ମୁଜାହିଦ୍ଦୀନର ସକ୍ରିୟ ଆତଙ୍କୀ ଥିବା ଜଣା ପଡିଛି ।ସେ ୨୦୦୭ରେ ଅଲ ଫଲାହ ଇଞ୍ଜିନିୟରିଂ କଲେଜ, ଫରିଦାବାଦରୁ ଇଲେକ୍ଟ୍ରୋନିକ ଆଣ୍ଡ ଇନଷ୍ଟ୍ରୁମେଣ୍ଟରେ ବି ଟେକ୍ ପୂରା କରିଥିଲା । ଗୋଟିଏ ବର୍ଷ ପରେ ସେ ୨୦୦୮ ଅହମ୍ମଦାବାଦ ସିରିୟଲ ବ୍ଲାଷ୍ଟରେ ସଂପୃକ୍ତ ଥିବା ଜଣା ପଡିଥିଲା । ବେଗ ଅନେକ ବର୍ଷ ଧରି ଫେରାର ଥିଲା ଏବଂ କୁହାଯାଉଛି ସେ ଆଫଗାନିସ୍ତାନରେ ଛପି ରହିଛି ।













