ନଭେମ୍ବର 7 ରୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ପାଞ୍ଚଟିଯାକ ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟା ନଭେମ୍ବର 7 ରୁ ଆରମ୍ଭ ହୋଇ ଡିସେମ୍ବର 3 ତାରିଖରେ ଶେଷ ହେବ । କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଥିବା ବେଳେ ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।
ନଭେମ୍ବର 7ରେ ମିଜୋରାମ ଓ ମଧ୍ୟପ୍ରଦେଶରେ ଭୋଟ ଗ୍ରହଣ ହେବ । ସେହିପରି ନଭେମ୍ବର 23ରେ ରାଜସ୍ଥାନ, 30ରେ ତେଲେଙ୍ଗାନାରେ ଭୋଟ ଗ୍ରହଣ କରାଯିବ । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ନଭେମ୍ବର 7 ତାରିଖରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର 17 ତାରିଖରେ ହେବ । ଡିସେମ୍ବର 3 ତାରିଖରେ ଭୋଟ ଗଣତି କରାଯିବ ।

LEAVE A REPLY

Please enter your comment!
Please enter your name here