ଦୁଇ ଭଉଣୀଙ୍କୁ ଧର୍ଷଣ କରିଥିବା ମାମଲାରେ ତଥାକଥିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି. ସୁରତର ଏକ ଅଦାଲତ ନାରାୟଣଙ୍କ ମାମଲାର ଶୁଣାଣି କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆସନ୍ତା ୩୦ ତାରିଖରେ ଦଣ୍ଡବିଧାନ କରିବାକୁ ସ୍ଥିର କରିଛନ୍ତି. ନାରାୟଣ ସାଇଙ୍କ ଦ୍ବାରା ଧର୍ଷଣର ଶୀକାର ହୋଇଥିବା ଦୁଇ ଭଉଣୀ ୨୦୧୩ରେ ଥାନାରେ ଅଭିଯୋଗ କରିଥିଲେ. ଦୁଇ ଭଉଣୀ କରିଥିବା ଅଭିଯୋଗ ଅନୁଯାୟୀ, ସାନ ଭଉଣୀଙ୍କୁ ନାରାୟଣ ସାଇ ୨୦୦୨ରୁ ୨୦୦୫ ଯାଏ ଧର୍ଷଣ କରିଥିବା ବେଳେ ଅନ୍ୟ ଜଣେ ଭଉଣୀଙ୍କୁ ଆଶାରାମ ବାପୁ ଆଶ୍ରମ ଭିତରେ ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା. ଏହି ମାମଲାରେ ସୁରତ କୋର୍ଟ ଆଜି ନାରାୟଣ ସାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି. ଏହି ମାଲାରେ କୋର୍ଟ ୫୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ.