ମା’ ଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ ହୋଇଛନ୍ତି ସୌମ୍ୟା. ସେ ଦେଶର ପ୍ରଥମ ମହିଳା ଆସିଷ୍ଟାଣ୍ଟ ହେଲା ପରେ ନିଜ ସ୍ୱପ୍ନକୁ ପୂରଣ କରିବା ସହ ଦେଶ ଓ ଜିଲ୍ଲାର ଝିଅଙ୍କ ପାଇଁ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ବନିଯାଇଥିଲେ. ସୋନିପତ ସେକ୍ଟର-12 ରେ ରହୁଥିବା ସୌମ୍ୟା ବିଏସଏଫରେ ପ୍ରଥମ ଓ ଦେଶର ତୃତୀୟ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେବାର ଗୌରବ ଲାଭ କରିଛନ୍ତି. ସେ ହରିୟାଣାପ ପ୍ରଥମ ମହିଳା କମାଣ୍ଡାଣ୍ଟ ହୋଇ ଝିଅଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି. ପିଲାଟି ବେଳୁ ଦେଶ ସେବା ପାଇଁ ସ୍ୱପ୍ନ ରଖିଥିବା 23 ବର୍ଷୀୟା ସୌମ୍ୟା ସ୍କୁଲ ବେଳୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ. ନିଜ ମା’ ଙ୍କ ସରକାରୀ ଚାକିରୀ ନ ହେବାରୁ ସେ ମା’ ଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ନିଷ୍ପତି ନେଲେ. ସୌମ୍ୟାଙ୍କ ମା’ ମଞ୍ଜୁ ଚୌହାନ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଛନ୍ତି. ହେଲେ ବହୁ ସଂଘର୍ଷ କରିବା ପରେ ମଧ୍ୟ ତାଙ୍କୁ ସରକାରୀ ଚାକିରୀ ମିଳିନଥିଲା. ହେଲେ ସୌମ୍ୟାଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ସହ ମା’ ଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବାର ଥିଲା. ସେଥିପାଇଁ ସେ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାଇଁ ନିଷ୍ପତି ନେଲେ. ଏଥିପାଇଁ ସୌମ୍ୟାଙ୍କୁ ବହୁ ଅସୁବିଧାକୁ ସାମ୍ନା କରିବାକୁ ପଡିଥିଲା. ହେଲେ ଶେଷରେ ତାଙ୍କୁ ସଫଳତା ମିଳିଛି.

LEAVE A REPLY

Please enter your comment!
Please enter your name here