ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତଙ୍କ ପରିବାରକୁ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର 15ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି. ଏଭଳି ଏକ ଖବର ଆସିବା  ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା ଓ ଏହାକୁ ନେଇ ଅଚ୍ୟୁତଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି. ପରିବାରକୁ ସାନ୍ତ୍ୱନା ଦେବାକୁ ଯାଇ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି,  ଅଚ୍ୟୁତଙ୍କ ପରିବାରର ଦାୟିତ୍ୱ ଏବେ ଆମର ଏବଂ ଆମେ ସେହିଭଳି ବାହାଦୂର ମଣିଷଙ୍କୁ  ସଲାମ କରୁଛୁ, ଯେଉଁମାନେ ବିପଦପୂର୍ଣ୍ଣ ଅଞ୍ଚଳକୁ ଯାଇ କଭରେଜ୍ କରୁଛନ୍ତି. ଏହି ଖବର ଶୁଣିବା ପରେ ମନ୍ତ୍ରୀ  ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି. ତେବେ ଅଚ୍ୟୁତ କ୍ୟାମେରାମ୍ୟାନ ହେବା ପୂର୍ବରୁ, ଭାରତୀୟ ସେନାରେ ଯୋଗ ଦେଇଥିଲେ ଏବଂ ସେହିଠାରେ କିଛି ବର୍ଷ କାମ କରିବା ପରେ ସ୍ବେଚ୍ଛାକୃତ ଅବସର ନେଇ କ୍ୟାମେରାମ୍ୟାନ ଭାବେ ଦୂରଦର୍ଶନରେ ଯୋଗ ଦେଇଥିଲେ.

LEAVE A REPLY

Please enter your comment!
Please enter your name here