ଦେବାଳିଆ ସ୍ଥିତିରେ ୟେସ୍ ବ୍ୟାଙ୍କ I ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ୟେସ୍ ବ୍ୟାଙ୍କ ଗତି କରୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି I ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ପରିଚାଳନା ବୋର୍ଡ କ୍ଷମତାକୁ ସଂକୁଚିତ କରିବା ସହ ଏସବିଆଇର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ ଦେଇଛନ୍ତି I କୌଣସି ଗ୍ରାହକ ଏକକାଳୀନ ପଚାଶ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି I ଅନ୍ୟପକ୍ଷରେ ଆତଙ୍କିତ ଗ୍ରାହକ ୟେସ ବ୍ୟାଙ୍କର ଟଙ୍କା ଉଠାଇବା ପାଇଁ ଏଟିଏମ ନିକଟରେ ଧାଡି ଲଗାଇଛନ୍ତି I ୟେସ୍ ବ୍ୟାଙ୍କ ସଂକଟର ପ୍ରଭାବ ଷ୍ଟକ ମାର୍କେଟ ଉପରେ ମଧ୍ୟ ପଡିଛି I ତେବେ ଏଥିପାଇଁ ଗ୍ରାହକ ଭୟଭୀତ ହେବାର ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି I

LEAVE A REPLY

Please enter your comment!
Please enter your name here