କଟକ : କଟକ ଏସସିବିରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ ମାରିଥିବା ସୂଚନା ମିଳିଛି I ଏନେଇ ମେଡିକାଲ କର୍ତ୍ତୁପକ୍ଷରୁ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଛନ୍ତି I ତେବେ କରୋନା ସନ୍ଦିଗ୍ଧ ବ୍ୟକ୍ତି ଜଣକ ଆୟରଲ୍ୟାଣ୍ଡର ବୋଲି ଜଣାପଡିଛି I ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଯାଞ୍ଚ ପରେ କରୋନା ଆକ୍ରାନ୍ତ ସନ୍ଦେହରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ SCBକୁ ରେଫର କରାଯାଇଥିଲା I ତାଙ୍କ ଶରୀରରେ ତାପମାତ୍ରା ଥିବାରୁ ସନ୍ଦେହ ହୋଇଥିଲା I ତେବେ SCBରେ ପହଞ୍ଚିବା ପରେ ସେଠାରୁ ସେ ଚମ୍ପଟ ମାରିଥିବା ଜଣାପଡିଛି I କରୋନା ଭୁତାଣୁକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜଣେ ବିଦେଶୀ ନାଗରିକ କଡାକଡି ସୁରକ୍ଷା ସତ୍ତ୍ୱେ ଚମ୍ପଟ ମାରିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ତେବେ ସଂପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଥିବା ଆଜି ଜଣାପଡିଛି I

LEAVE A REPLY

Please enter your comment!
Please enter your name here