ବରଗଡ଼ର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ମୃତ୍ୟ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ଏହାସହ ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ ଡିଏଲସିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ୨୦୨୪,ନଭେମ୍ବର ମାସ ୧୫ତାରିଖରେ ଅଭିଯୁକ୍ତ ପ୍ରଶାନ୍ତ ବାଗ ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ ଏବଂ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ବରଗଡ଼ ପୋକ୍ସୋ ଅଦାଲତରେ ମାମଲା ଚାଲିଥିଲା। ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍‌ପି ତଦନ୍ତର ତଦାରଖ କରୁଥିଲେ ବରଗଡ଼ ଏସପି ।

LEAVE A REPLY

Please enter your comment!
Please enter your name here