ନରସିଂହପୁର : ପାଣିରେ ବୁଡି 2 ନାବାଳିକାଙ୍କ ମୃତ୍ୟୁ ହୋଇଛି I କଟକ ଜିଲ୍ଲା ନରସିଂହପୁରର ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ଭୁସ୍କା ଗାଁର ଦୁଃଖଦ ଘଟଣା I ସୋମବାର ଗାଁ ପୋଖରୀକୁ ଗାଧୋଇବାକୁ ଯ଼ାଇ ବୁଡିଯ଼ାଇଥିଲେ I ମୃତ ଛାତ୍ରୀ 2ଜଣ ଚତୁର୍ଥ ଶ୍ରେଣୀର ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ ବୋଲି ଜଣାପଡିଛି I ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି I ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରାଯ଼ାଇ ମେଡିକାଲରେ ଭର୍ତ୍ତି କରାଯ଼ାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

LEAVE A REPLY

Please enter your comment!
Please enter your name here