ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ମଙ୍ଗଳବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସୁସ୍ଥ ଥିବା ନେଇ ପାକିସ୍ତାନୀ କ୍ରିକେଟର ତଥା ସାନିଆଙ୍କ ସ୍ୱାମୀ ସୋଏବ ମଲିକ ପ୍ରକାଶ କରିଛନ୍ତି। ସୋଏବ ଓ ସାନିଆ ୨୦୧୦ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଉଭୟ ନିଜ କ୍ୟାରିୟରକୁ ନେଇ ଖୁବ୍‌ ବ୍ୟସ୍ତ ଥିଲେ। ଗର୍ଭବତୀ ଥିବାରୁ କିଛି ମାସ ହେବ ଟେନିସରୁ ଦୂରେଇ ରହିଛନ୍ତି ସାନିଆ। ଶିଶୁ ଜନ୍ମ ପରେ ଖୁବଶୀଘ୍ର ଟେନିସକୁ ଫେରି ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ ବୋଲି କିଛିଦିନ ତଳେ ଗଣମାଧ୍ୟମକୁ ସାନିଆ କହିଥିଲେ।

LEAVE A REPLY

Please enter your comment!
Please enter your name here