ରାଜ୍ୟରେ ଆଜି ଆଉ ୪ ମୁଣ୍ଡ ନେଲା କରୋନା । ସମସ୍ତ କରୋନା ମୃତକ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ସେହିପରି ଆଜି ୨୩ ଜିଲ୍ଲାରୁ ସର୍ବାଧିକ ୭୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୭୫୫ ମଧ୍ୟରୁ କ୍ୱାରେଣ୍ଟିନରୁ ୫୦୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୪୭ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ପଜିଟିଭ୍ ଚିହ୍ନଟ । ଯାଜପୁରରୁ ୮୬,ଖୋର୍ଦ୍ଧାରୁ ୫୯, କଟକରୁ ୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୩୨, ଗଜପତିରୁ ୩୦, ମାଲକାନଗିରିରୁ ୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ୧୬, ମୟୂରଭଞ୍ଜ ଓ ବଲାଙ୍ଗିରରୁ ୧୨ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ପୁରୀ-୧୧, ବାଲେଶ୍ୱର ଜିଲ୍ଲାରୁ ୯ , କେନ୍ଦ୍ରାପଡା, କୋରାପୁଟ ଓ ଜଗତସିଂହପୁରରୁ ୫ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେବଗଡ ଓ ଢେଙ୍କାନାଳରୁ ୪ ଲେଖାଏଁ , ଅନୁଗୁଳରୁ ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏଯାବତ ପଜିଟିଭ୍ ସଂଖ୍ୟା ୧୧ ହଜାର ୯୫୬କୁ ବୃଦ୍ଧି । ସୁସ୍ଥ ହେଲେଣି ୭୪୦୭, ଆକ୍ଟିଭ୍ କେସ୍ ରହିଛି ୪୪୭୬ ।

LEAVE A REPLY

Please enter your comment!
Please enter your name here