ନୂଆଦିଲ୍ଲୀ: ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର । ଲିଟର ପିଛା ୩ଟଙ୍କା ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଶନିବାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପେଟ୍ରୋଲ ଉପରେ ସ୍ୱତନ୍ତ୍ର ଉତ୍ପାଦ ଶୁଳ୍କ ଲିଟର ପିଛା ୨ରୁ୮ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୪ଟଙ୍କାକୁ ବୃଦ୍ଧି କରାଯାଇଛିି । କେନ୍ଦ୍ର ସରକାରଙ୍କ ଏକ୍ସସାଇଜ ଡ୍ୟୁଟି ବୃଦ୍ଧି ଯୋଗୁଁ ତୈଳ ଦର ମହଙ୍ଗା ହୋଇଛି । । ସାରା ବିଶ୍ୱରେ ଅଶୋଧିତ ତୈଳଦର ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ପେଟ୍ରୋଲ-ଡିଜେଲ ଦାମ ହ୍ରାସ ପାଇବାରେ ଲାଗିଛି । ଭାରତୀୟ ବଜାରରେ ତୈଳଦର ହ୍ରାସ ପାଉଥିବା ବେଳେ ଏକ୍ସସାଇଜ ଦର ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here