ହିମାଞ୍ଚଳ ପ୍ରଦେଶର ଢାକା ଗ୍ଲେସିୟରରୁ ସୈନିକଙ୍କ ମୃତଦେହ ଠାବ ହୋଇଛି. ପର୍ବତାରୋହୀଙ୍କ ଏକ ଦଳ ଏହି ମୃତଦେହ ଠାବ କରିଛନ୍ତି.

ସୂଚନା ଅନୁଯାୟୀ, ପ୍ରାୟ ପାଞ୍ଚ ବର୍ଷ ତଳେ ବାୟୁସେନାର ବିମାନ ଏଏଏନ୍-12 ଦୁର୍ଘଟଣାଗ୍ରସ୍ତ ହୋଇଥିଲା. 1968 ଫେବୃଆରୀ 7ରେ ଏହି ବିମାନଟି  102 ଜଣଙ୍କୁ ନେଇ ଚଣ୍ଡୀଗଡ଼ରୁ ଲେହ ଅଭିମୁଖେ  ଯାଉଥିବା ବେଳେ କ୍ରାସ୍ ହୋଇଥିଲା. ଯାତ୍ରା ସମୟରେ ଖରାପ ମୌସୁମୀ ଯୋଗୁଁ ବିମାନଟି ଅଧାରାସ୍ତାରୁ ଚଣ୍ଡୀଗଡ଼ ଫେରିଆସୁଥିବା ବେଳେ ଏହାର ସିଗନାଲ ମିଳିନଥିଲା. ଖୋଜାଖୋଜି ପରେ ବିମାନର ପତ୍ତା ମିଳିନଥିବା କାରଣରୁ ଏହାକୁ ନିଖୋଜ ଘୋଷଣା କରାଯାଇଥିଲା. ସେହି ସମୟରେ ଯବାନଙ୍କ ପତ୍ତା ମିଳିନଥିଲା. ଦୁର୍ଘଟଣାର କାରଣ ଏବେ ବି ଅସ୍ପଷ୍ଟ ରହିଛି. ଏବେ ପର୍ବତାରୋହୀଙ୍କ ଏହି ଦଳକୁ ମିଳିଥିବା ଶବଟି ନିଖୋଜ ଥିବା ସେହି ଯବାନଙ୍କର ବୋଲି ଅନୁମାନ କରାଯାଉଛି.

ପୂର୍ବରୁ ଏବିବି ଇନଷ୍ଟିଚ୍ୟୁଟ୍ ର ପର୍ବତାରୋହୀମାନଙ୍କ ଏକ ଟିମ୍ 2003ରେ ବିମାନର କିଛି ଅଂଶ ପାଇଥିଲେ. 2000ରୁ 2017 ମଧ୍ୟରେ ପର୍ବତାରୋହୀମାନେ ବରଫରୁ ପାଞ୍ଚ ଜଣଙ୍କ ଶବ ଉଦ୍ଧାର କରିଥିଲେ. ଅନ୍ୟ ଶବଗୁଡିକ ସେହି ସ୍ଥାନରେ ବରଫରେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି.

LEAVE A REPLY

Please enter your comment!
Please enter your name here