ପୋଲିସ ଭ୍ୟାନରେ ଜଣେ ମହିଳା ପ୍ରସବ କରିଛନ୍ତି । ଦିଲ୍ଲୀର ବୁରାଡିର ଏକ ପୋଲିସ ଭ୍ୟାନକୁ ସତ୍ୟା ବିହାରରେ ରହୁଥିବା ଜଣେ ମହିଳା ସହାୟତା ଲାଗି ଫୋନ କରିଥିଲେ। ପୋଲିସ ଭ୍ୟାନ ମହିଳାଙ୍କ ନିକଟରେ ପହଁଞ୍ଚିଥିଲା। ଭ୍ୟାନରେ ମହିଳାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯିବା ବାଟରେ ପ୍ରସବ ଯନ୍ତ୍ରଣା ବଢିଯାଇଥିଲା। ଭ୍ୟାନରେ ଥିବା ପୋଲିସ କର୍ମଚାରୀ ନିକଟସ୍ଥ ପୋଲିସ ପେଟ୍ରୋଲିଂ ଟିମ୍ ସହ ଯୋଗାଯୋଗ କରିଥିଲେ। ସହାୟତା ପାଇଁ ପହଁଞ୍ଚିଥିଲା ପିସିଆର ଭ୍ୟାନ । ସେଥିରେ ଥିବା କନେଷ୍ଟବଳଙ୍କ ସହାୟତାରେ ମହିଳା ଜଣଙ୍କ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ମା ଓ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ପୋଲିସର ଏହି ପ୍ରଂଶସନୀୟ ପଦକ୍ଷେପ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।