ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି। ପ୍ରାୟ ୭୦ ବର୍ଷ ତଳେ ୧ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ଟଙ୍କା ସହ ସମାନ ଥିଲା। ମାତ୍ର ସ୍ୱାଧିନତାର ୭୧ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଭାରତୀୟ ଟଙ୍କା ତୁଳନାରେ ଡଲାର ସର୍ବାଧିକ ଉଚ୍ଚତା ଛୁଇଁଛି । ୧ଆମେରିକୀୟ ଡଲାରର ମୂଲ୍ୟ ୭୦ ଟଙ୍କା ଅତିକ୍ରମ କରିଛି। ଲଗାତର ଭାବେ ଟଙ୍କାର ମୂଲ୍ୟ ହ୍ରାସ ଘଟୁଥିବାରୁ ଏହା ଭାରତୀୟ ଅର୍ଥନୀତି ଉପରେ କୁପ୍ରଭାବ ପକାଇବ ବୋଲି ଅର୍ଥନୀତିଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପଟେ ୭୦ ବର୍ଷ ଭିତରେ ଯାହା ହୋଇନଥିଲା ମୋଦି ସରକାର ତାହା କରି ଦେଖାଇଛନ୍ତି ବୋଲି କଂଗ୍ରେସ କଟାକ୍ଷ କରିଛି। ତୁର୍କିର କରେନ୍ସି ଲିରାର ମୂଲ୍ୟରେ ବଡ ଧରଣର ହ୍ରାସ ଯୋଗୁଁ ଭାରତୀୟ ଟଙ୍କା ଦୁର୍ବଳ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here